ଶ୍ରୀଏକାଦଶୀ ବ୍ରତନିୟମ
*#ଶ୍ରୀଏକାଦଶୀ_ବ୍ରତନିୟମ* ****************⚫❗⚫ ଗର୍ଗସଂହିତା, ମାଧୁର୍ଯ୍ୟ ଖଣ୍ଡ ଅଷ୍ଟମ ଅଧ୍ୟାୟ ରେ ଶ୍ରୀନାରଦମୁନି ବହୁଳାସ୍ୱ ଜନକଙ୍କ ନିକଟରେ *ଶ୍ରୀରାଧା କଥିତ* ଏକାଦଶୀ ନିୟମ ବର୍ଣ୍ଣନା କରିଅଛନ୍ତି। ଶ୍ରୀମତି ରାଧା ରାଣୀ କହିଲେ - " ତୁମ୍ଭେମାନେ ପ୍ରଭୁ ଶ୍ରୀକୃଷ୍ଣ ଙ୍କୁ ଯଦି ପ୍ରସନ୍ନ କରିବାକୁ ଚାହଁ ତେବେ ଏକାଦଶୀ ବ୍ରତ କର। ଏଥିରେ ସେ ନିଶ୍ଚିତ ପ୍ରସନ୍ନ ହେବେ । ସଂଶୟ ନାହିଁ।" *ଶ୍ରୀକୃଷ୍ଣସ୍ୟ ପ୍ରସାଦାର୍ଥଂ କୁରୁତୈକାଦଶୀ - ବ୍ରତମ୍* । *ତେନ ବଶ୍ୟୋ ହରିଃ ସାକ୍ଷାତ୍ ଭବିଷ୍ୟତି ନ ସଂଶୟଃ* ।। ହେ ବ୍ରଜାଙ୍ଗନାଗଣ ! 👉ନାଗଗଣଙ୍କ ମଧ୍ୟରେ ଯେପରି ଅନନ୍ତ, 👉ପକ୍ଷୀ ଗଣଙ୍କ ମଧ୍ୟରେ ଯେପରି ଗରୁଡ଼, 👉ଦେବଗଣଙ୍କ ମଧ୍ୟରେ ଯେପରି ବିଷ୍ଣୁ , 👉ଚର୍ତୁବର୍ଣ୍ଣ ମଧ୍ୟରେ ଯେପରି ବ୍ରାହ୍ମଣ, 👉ବୃକ୍ଷରାଜି ମଧ୍ୟରେ ଯେପରି ଅଶ୍ଵତ୍ଥ , 👉ପତ୍ରମାନଙ୍କ ମଧ୍ୟରେ ଯେପରି ତୁଳସୀ ଶ୍ରେଷ୍ଠ 👉ତଦ୍ରୁପ ସମସ୍ତ ବ୍ରତ ମଧ୍ୟରେ ଏକାଦଶୀ ବ୍ରତ ସର୍ବଶ୍ରେଷ୍ଠ ।। 🌿🌿🌿🌿🌿🌿🌿🌿🌿🌿 👉ଅୟୁତ ବତ୍ସର ତପସ୍ୟାର ଯେଉଁ ଫଳ,ତାହା ଏକ ଏକାଦଶୀ ବ୍ରତରେ ଲାଭ ହୋଇଥାଏ। 👉ଅଠାଅଶୀ ହଜାର ବ୍ରାହ୍ମଣ ଭୋଜନ କରାଇଲେ ଯେଉଁ ଫଳ ଲାଭ ହୁଏ, ତାହା ଏକ ଏକାଦଶୀ ବ୍ରତ ପାଳନରେ ଅନାୟାସରେ ପ୍ରାପ୍ତ ହୋଇଯାଇଥାଏ। 👉ସାଗର ବନ ସହ ପୃଥିବୀ ଦାନରେ ଯେଉଁ ଫ...