ଶ୍ରୀଏକାଦଶୀ ବ୍ରତନିୟମ

 *#ଶ୍ରୀଏକାଦଶୀ_ବ୍ରତନିୟମ*

****************⚫❗⚫


ଗର୍ଗସଂହିତା, ମାଧୁର୍ଯ୍ୟ ଖଣ୍ଡ ଅଷ୍ଟମ ଅଧ୍ୟାୟ ରେ ଶ୍ରୀନାରଦମୁନି ବହୁଳାସ୍ୱ ଜନକଙ୍କ ନିକଟରେ  

*ଶ୍ରୀରାଧା କଥିତ* ଏକାଦଶୀ ନିୟମ ବର୍ଣ୍ଣନା କରିଅଛନ୍ତି।


  ଶ୍ରୀମତି ରାଧା ରାଣୀ କହିଲେ - " ତୁମ୍ଭେମାନେ ପ୍ରଭୁ ଶ୍ରୀକୃଷ୍ଣ ଙ୍କୁ ଯଦି ପ୍ରସନ୍ନ କରିବାକୁ ଚାହଁ ତେବେ ଏକାଦଶୀ ବ୍ରତ କର। ଏଥିରେ ସେ ନିଶ୍ଚିତ ପ୍ରସନ୍ନ ହେବେ । ସଂଶୟ ନାହିଁ।"


*ଶ୍ରୀକୃଷ୍ଣସ୍ୟ  ପ୍ରସାଦାର୍ଥଂ  କୁରୁତୈକାଦଶୀ - ବ୍ରତମ୍* ।

 *ତେନ ବଶ୍ୟୋ ହରିଃ ସାକ୍ଷାତ୍ ଭବିଷ୍ୟତି ନ ସଂଶୟଃ* ।।


ହେ ବ୍ରଜାଙ୍ଗନାଗଣ ! 


👉ନାଗଗଣଙ୍କ ମଧ୍ୟରେ ଯେପରି ଅନନ୍ତ, 

👉ପକ୍ଷୀ ଗଣଙ୍କ ମଧ୍ୟରେ ଯେପରି ଗରୁଡ଼, 

👉ଦେବଗଣଙ୍କ ମଧ୍ୟରେ ଯେପରି ବିଷ୍ଣୁ ,

👉ଚର୍ତୁବର୍ଣ୍ଣ ମଧ୍ୟରେ ଯେପରି ବ୍ରାହ୍ମଣ,

 👉ବୃକ୍ଷରାଜି ମଧ୍ୟରେ ଯେପରି ଅଶ୍ଵତ୍ଥ ,

👉ପତ୍ରମାନଙ୍କ ମଧ୍ୟରେ ଯେପରି ତୁଳସୀ ଶ୍ରେଷ୍ଠ 

👉ତଦ୍ରୁପ ସମସ୍ତ ବ୍ରତ ମଧ୍ୟରେ ଏକାଦଶୀ ବ୍ରତ ସର୍ବଶ୍ରେଷ୍ଠ ।।


🌿🌿🌿🌿🌿🌿🌿🌿🌿🌿


👉ଅୟୁତ ବତ୍ସର  ତପସ୍ୟାର ଯେଉଁ ଫଳ,ତାହା ଏକ ଏକାଦଶୀ ବ୍ରତରେ ଲାଭ ହୋଇଥାଏ।


👉ଅଠାଅଶୀ ହଜାର ବ୍ରାହ୍ମଣ ଭୋଜନ କରାଇଲେ ଯେଉଁ ଫଳ ଲାଭ ହୁଏ, ତାହା ଏକ ଏକାଦଶୀ ବ୍ରତ ପାଳନରେ ଅନାୟାସରେ ପ୍ରାପ୍ତ ହୋଇଯାଇଥାଏ।


👉ସାଗର ବନ ସହ ପୃଥିବୀ ଦାନରେ ଯେଉଁ ଫଳ , ତାହାର ସହସ୍ର ଗୁଣ ଏକାଦଶୀ- ବ୍ରତ ରେ ଲାଭ ହୁଏ।


👉 ପାପ ପଙ୍କପୂର୍ଣ୍ଣ ସଂସାର ସାଗରରେ ଯେଉଁମାନେ ମଗ୍ନ ସେମାନଙ୍କର ଏକାଦଶୀ ବ୍ରତ ହିଁ ଏକମାତ୍ର ଉଦ୍ଧାର ର ଉପାୟ। 


👉ରାତ୍ରି ଜାଗରଣ କରି କେହି ଏହି  ବ୍ରତ କଲେ ଶତପାପଯୁକ୍ତ ହେଲେ ସୁଦ୍ଧା ତାହାକୁ ଭୀଷଣ ଯମଲୋକ ଦର୍ଶନ କରିବାକୁ ହୁଏ ନାହିଁ।


👉 ଦ୍ଵାଦଶୀ ଦିନରେ ତୁଳସୀ ପତ୍ର ଦ୍ଵାରା ଭକ୍ତିଭରେ ଶ୍ରୀ ହରିଙ୍କର ପୂଜା କଲେ ପଦ୍ମପତ୍ରରେ ଜଳ ତୁଲ୍ୟ  ସେ ପାପଲିପ୍ତ ହୁଏ ନାହିଁ। 


👉ସହସ୍ର ଅଶ୍ଵମେଧ ଓ ଶତ ବାଜପେୟ ଏକ ଏକାଦଶୀ ଉପବାସର ଷୋଡ଼ଶ ଭାଗର ଏକ ଭାଗ ତୁଲ୍ୟ ବି ନୁହଁ ।


👉 ଏକାଦଶୀ ବ୍ରତୋପବାସ କଲେ ତାହାର ମାତୃପକ୍ଷର ଦଶ , ପିତୃପକ୍ଷର ଦଶ ଓ ପତ୍ନୀ ପକ୍ଷର ଦଶ ପୁରୁଷ ଉଦ୍ଧାର ଲାଭ କରନ୍ତି।


👉ଗାଭୀ ଶ୍ଵେତ ବା କୃଷ୍ଣବର୍ଣ୍ଣା ଯାହା ହେଉ, ଦୁଗ୍ଧ ଦାନ ଗୁଣରେ ଯେପରି ଉଭୟଙ୍କର ସମାନ ମର୍ଯ୍ୟାଦା, ସେହିପରି ଶୁକ୍ଳ ଓ କୃଷ୍ଣ ଉଭୟ ଏକାଦଶୀ ବ୍ରତ କରିବା ସମସ୍ତଙ୍କର କର୍ତ୍ତବ୍ୟ। 


👉ଶଙ୍ଖୋଦ୍ଧାର ତୀର୍ଥରେ ସ୍ନାନ ପୂର୍ବକ ଶ୍ରୀ ଗଦାଧର ଦର୍ଶନ ରେ ଯେଉଁ ପୁଣ୍ୟ ଫଳ ସଞ୍ଚିତ ହୁଏ, ଅଥବା ପ୍ରଭାସ , କୁରୁକ୍ଷେତ୍ର, କେଦାର- ବଦରୀକାଶ୍ରମ , କାଶୀ ପ୍ରଭୃତି ସ୍ଥାନରେ ଚନ୍ଦ୍ର- ସୂର୍ଯ୍ୟ ଗ୍ରହଣରେ ଓ ସଂକ୍ରାନ୍ତି ଦିବସରେ ଦାନ କଲେ ଯେଉଁ ଫଳ ଲାଭ ହୁଏ, ତାହା  ଏକାଦଶୀ ବ୍ରତୋପବାସର ଷୋଡ଼ଶ ଭାଗର ଏକ ଭାଗ ତୁଲ୍ୟ ନୁହେଁ।


👉ଏକାଦଶୀ ଦିନ ରେ ହରି କଥା ଶ୍ରବଣରେ ସପ୍ତଦ୍ୱୀପ ବସୁନ୍ଧରା ଦାନର ସମାନ ଫଳ ଲାଭ ହୁଏ। 


👉ଦ୍ଵୀଦଶୀ ତିଥିରେ ତୁଳସୀ ଦାନ ବିଧି ପୂର୍ବକ ହେଉ କିମ୍ବା ଅବିଧି ପୂର୍ବକ ହେଉ ଯେପରି ହେଉ ନା କାହିଁକି ଏପରିକି ଅଳ୍ପ ପରିମାଣର ହେଲେ ସୁଦ୍ଧା ତାହା ମେରୁତୁଲ୍ୟ  ହୋଇଯାଇଥାଏ। 


*👉ଏକାଦଶୀ ବ୍ରତ ପରିତ୍ୟାଗ କରି ଅନ୍ୟ ବ୍ରତର ଅନୁଷ୍ଠାନ କଲେ ହସ୍ତଗତ ମଣି ବର୍ଜନ କରି ପଥର ବରଣ କରିବା ସାର ହୁଏ*।(ତତ୍ତ୍ଵୋ ସାଗର)


👉 *ଏହି ବ୍ରତ ବର୍ଜନ କରି ଅନ୍ୟ ସକଳ ବ୍ରତ ଆଚରଣରେ ପ୍ରକୃତ ପକ୍ଷରେ ସୁଖୀ ନ ହୋଇ  ପରିଶେଷରେ ଏହି ସମସ୍ତ ବ୍ରତ ଫଳରୁ ଦୁଃଖର ଅଙ୍କୁର ହିଁ ଉଦୟ ହୁଏ* ( ଶ୍ରୀହରି ଭକ୍ତି ବିଳାସ ୧୨/୧୭୮)


👉 *ହରି ବାସର ବ୍ୟତୀତ ଦାନ, ତପସ୍ୟା, ତୀର୍ଥ ସ୍ଥାନ କିମ୍ବା କୌଣସି ରୂପ ପୁଣ୍ୟ ଆଚରଣ  ଦ୍ଵାରା ମୁକ୍ତିଲାଭ ହୁଏ ନାହିଁ*(ସ୍କନ୍ଦ ପୁରାଣ)


👉 *ଏକ ଦିଗରେ ଅଶ୍ଵମେଧ,ରାଜସ୍ବୀୟ, ପ୍ରଭୃତି ସକଳ ଯଜ୍ଞ,ସକଳ ତୀର୍ଥ ଓ ସକଳ ତପସ୍ୟା ଯାବତୀୟ ମହାଦାନ ଏବଂ ଅନ୍ୟ ଦିଗରେ ଏକ ମାତ୍ର ବୈଷ୍ଣବବ୍ରତ- ଏକାଦଶୀ ବ୍ରତ ଏହି ପରି ବ୍ରହ୍ମା ତୁଳା ଦଣ୍ଡରେ ଉଭୟଙ୍କୁ ତୁଳନା କରିଅଛନ୍ତି* । *ତହିଁରେ ହରିନାମ କାରୀ ବୈଷ୍ଣବ ଗଣଙ୍କର ବ୍ରତ ହିଁ ଓଜନ ରେ ଅଧିକ ହେଲା*( ପଦ୍ମପୁରାଣ)


👉  *ଦାବାନଳର ଉଦୟ ହେଲେ ଯେପରି, କି ଶୁଷ୍କ ,କି ଆଦ୍ର ସକଳ କାଷ୍ଠ ବସ୍ମୀଭୂତ ହୋଇଯାଏ ତଦ୍ରୁପ ଶ୍ରୀ ହରିବାସର ବ୍ରତରେ ଜୀବର ପୂର୍ବା ପର ସକଳ ପାପ ବିନଷ୍ଟ ହୁଏ ।*(ବ୍ରହ୍ମ ବୈବ୍ରତ ପୁରାଣ)


👉 *ଶ୍ରୀ ଯମଦେବ ତାଙ୍କର ଦୂତ ଗଣଙ୍କୁ ସାବଧାନ କରିଦିଅନ୍ତି ଯେ,ଯଦି ମୋର ହିତ ଚାହଁ ତେବେ ଶତପାପ କଲେ ସୁଦ୍ଧା ଏକାଦଶୀ ବ୍ରତ ଉପବାସୀ ଗଣଙ୍କୁ ତୁମେମାନେ ପରିହାର କରି ଚାଲିବ ।*(ସ୍କନ୍ଦ ପୁରାଣ)


ସୁତରାଂ 


*ଯଥାର୍ଥ ଭକ୍ତି ସହକାରେ ଏକାଦଶୀ ବ୍ରତୋପବାସ ପାଳନ ରେ ସକଳପାପରୁ ପରିତ୍ରାଣ ପାଇ, ଏପରିକି ବିଷ୍ଣୁ ମନ୍ଦିର କୁ ଗମନ ହୋଇଥାଏ।*(ପଦ୍ମପୁରାଣରେ)


🌼🌼🌼🌼🌼🌼🌼🌼🌼🌼


        *ଏକାଦଶୀ ବ୍ରତ ର ନିୟମ*

       ⚜️⚜️⚜️⚜️⚜️⚜️⚜️⚜️


ଶ୍ରୀମତୀ ରାଧା ରାଣୀ କହିଲେ -


ହେ ବ୍ରଜାଙ୍ଗନାଗଣ!  ବର୍ତ୍ତମାନ ଏକାଦଶୀ ର ନିୟମ ଶ୍ରବଣ କର।


👉କାଂସ୍ୟ ପାତ୍ରରେ ଭୋଜନ - ମାଂସ,କୋଦ୍ରବ,ଚଣା,ଶାଗ, ମହୁ,ପରାନ୍ନ,ପୁନର୍ଭୋଜନ ଓ ମୈଥୁନ - ଏହି ଦଶଟି ବିଷ୍ଣୁ ବ୍ରତର ପୂର୍ବ ଦିନ (ଦଶମୀରେ) ତ୍ୟାଗ କରିବେ ।


👉ଦଶମୀ ରେ ପ୍ରାତଃ  ଦନ୍ତଧାବନ, ଓ ତୈଳ ବ୍ୟତୀତ ସ୍ନାନ କରି ବିଷ୍ଣୁପୂଜନ ପୂର୍ବକ  ଶ୍ରୀହରିଙ୍କୁ ଧ୍ୟାନ କରି କରି ମଧ୍ୟାହ୍ନ ରେ ଥରେ ମାତ୍ର ଭୋଜନ କରିବେ। 


👉ଆମିଷାସି ପକ୍ଷରେ ଦଶମୀ ଦିନ - ଆମିଷ,ଲବଣ,ଶାକାଦି ପରିତ୍ୟାଗ କର୍ତ୍ତବ୍ୟ। ମତ୍ସ୍ୟ, ମସୁର,ମହୁ,ଚଣା,ଶାଗ,ଶିମ୍ବ ,ନାରୀସଂଭାଷଣ,ଦ୍ଵିଭୋଜନ,ପରାନ୍ନ ଭୋଜନ, କାଂସ୍ୟ ପାତ୍ରରେ ଭୋଜନ, ବାଇଗଣ,ଲାଉ,ନିମ୍ବ,କମଳାଲେମ୍ବୁ,,ଭୂରି ଭୋଜନ ଓ ଅତିଶୟ ଜଳପାନ, ତାମ୍ବୁଳ ଭକ୍ଷଣ ଆଦି ନିଷେଧ।


👉 ଦଶମୀ ତିଥିର ନିୟମ ଅନୁରୂପ ଦ୍ଵାଦଶୀ ରେ ମଧ୍ୟ ପାଳନ କରିବାକୁ ହେବ।


👉ସମ୍ୟକ ଫଳ ଲାଭ ର ଇଛା ଥିଲେ ଦଶମୀ ରେ ରାତ୍ରି ଭୋଜନ କର୍ତ୍ତବ୍ୟ ନୁହେଁ ‌। 


👉ଦଶମୀ ଦିନ ପ୍ରସାଦ ସେବା ପରେ ଅପରାହ୍ନରେ  ପୁନରାୟ ଦନ୍ତଧାବନ କରିବେ  । ପରେ ସନ୍ଧ୍ୟା ସମୟରେ ଶ୍ରୀ ହରିମନ୍ଦିର କୁ ଗମନ କରି ପରମପଦ ଶ୍ରୀହରିଙ୍କୁ ଧ୍ୟାନ କରି ଏହି ମନ୍ତ୍ର ପାଠ କରିବେ( ଦଶମୀ ରାତ୍ରରେ) -


" *ଏତଦ୍ ଗୃହିତଂ ଗୋବିନ୍ଦ ମୟା  ତ୍ବତ୍ ପୁରତୋ ବ୍ରତମ୍* ।

*ସିଦ୍ଧିଂ ଗଚ୍ଛତୁ ନିର୍ବିଘ୍ନଂ ତବ ପାଦାନୁକମ୍ପୟା* ।।

*ଅତି ଚଞ୍ଚଳ ଚିତ୍ତୋଽହଂ ଲୋଭ - ମୋହମୟୋ ନରଃ* ।

*ଶକ୍ନୋମ୍ୟେତଦ୍ ବ୍ରତଂ  କର୍ତ୍ତୁଂ  କିଂ  ତବାନୁଗ୍ରହମୃତେ* ।।"


ଅର୍ଥାତ୍  ' ହେ ଗୋବିନ୍ଦ, ମୁଁ ଆପଣଙ୍କର ସାକ୍ଷାତରେ ଏହି ଏକାଦଶୀ ବ୍ରତ ଗ୍ରହଣ କରୁଅଛି।ଆପଣଙ୍କର କୃପାରେ ତାହା ଯେପରି ନିର୍ବିଘ୍ନରେ ସିଦ୍ଧ ହୁଏ। ମୁଁ ଅତି ଚଞ୍ଚଳ ଚିତ୍ତ ଓ ଲୋଭ ମୋହମୟ ପ୍ରାଣୀ, ଆପଣଙ୍କର କୃପା ଭିନ୍ନ ଏହି ବ୍ରତ ପାଳନ ରେ ସମର୍ଥ କିପରି ବା ହୋଇପାରିବି !! " ।


ଏହା କହି ଶ୍ରୀ ହରିଙ୍କର  ଶ୍ରୀପାଦପଦ୍ମରେ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ଦଣ୍ଡବତ ପ୍ରଣାମ କରିବେ ଏବଂ କୁଶଶଯ୍ୟାରେ  ଶୟନ ପୂର୍ବକ ରାତ୍ରିଯାପନ କରିବେ। 


👉 ପ୍ରାତଃ  ଶଯ୍ୟା ତ୍ୟାଗ କରି ଆଉ  ଦନ୍ତଧାବନ କରିବାକୁ ହେବ ନାହିଁ, କେବଳ ଦ୍ଵାଦଶ ଥର ଜଳ ଦ୍ଵାରା କୁଳିକରି ମୁଖ ଶୁଦ୍ଧି କରିବେ ଏବଂ ସ୍ନାନାନ୍ତେ ବିଷ୍ଣୁପୂଜାଦି ସମାପ୍ତ କରିବେ।।


👉ପରନିନ୍ଦା,ପରଚର୍ଚ୍ଚା ଜୁଆଖେଳ,ଶୟନ, ତାମ୍ବୁଳ ଚର୍ବଣ, ମିଥ୍ୟାବାକ୍ୟ ,ପାପୀ- ସମ୍ଭାଷଣ, କ୍ରୋଧ ଏହି ସମସ୍ତ ବର୍ଜନ କରିବାକୁ ହେବ। 


👉ସମସ୍ତ ଦିବସ ଶ୍ରୀ ହରି ନାମ ଓ ହରିକଥା କୀର୍ତ୍ତନ ଅବଶ୍ୟ କର୍ତ୍ତବ୍ୟ।


👉 ବୈଷ୍ଣବ - ଗୋଷ୍ଠୀ ସଙ୍ଗେ ଶ୍ରୀମଦ୍ଭାଗବତ, ମହାଭାରତ, ରାମାୟଣାଦି ପାଠ ସହକାରେ ରାତ୍ରିଯାପନ କରିବେ।


👉 ଦ୍ଵାଦଶୀ ପ୍ରଭାତରେ ପ୍ରାତଃ କୃତ୍ୟ ସମାପନାନ୍ତେ ଦୁଗ୍ଧ ଦ୍ଵାରା ଶ୍ରୀହରିଙ୍କୁ ସ୍ନାନ କରାଇବାକୁ ହେବ।

ପରେ ଦ୍ଵାଦଶୀ ମଧ୍ୟରେ ପାରଣ କରିବାକୁ ହେବ ।।

👉 ସାମର୍ଥ୍ୟ ଥିଲେ ବୈଷ୍ଣବ ଓ ଅତିଥି ସେବା କରାଇ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ପାରଣ ବିଧେୟ।।


*👉ଦ୍ଵାଦଶୀ ପାରଣ*

*--------------------------*

ଦ୍ଵାଦଶୀ ଦିନ ପ୍ରାତଃ ସ୍ନାନାଦି ସାରି  ଶ୍ରୀ ହରିଙ୍କର ମଙ୍ଗଳ ଆରତୀ ସମ୍ପାଦନ ପୂର୍ବକ ଶ୍ରୀହରୀଙ୍କୁ ମହାପ୍ରସାଦାଦି  ନୈବେଦ୍ୟ ଅର୍ପଣ କରି ନିବେଦିତ ମହାପ୍ରସାଦାଦି  ଦ୍ଵାରା ବୈଷ୍ଣବ ବୃନ୍ଦଙ୍କୁ ସମ୍ମାନ କରିବାକୁ ହେବ। ପରେ ପ୍ରାତଃ କାଳର ପୂଜା ସମାପନ କରି  ଦକ୍ଷିଣ ହସ୍ତରେ ଜଳନେଇ -, 


*👉ଅଜ୍ଞାନ ତିମିରାନ୍ଧସ୍ୟ  ବ୍ରତେନାନେନ କେଶବ* ।

*ପ୍ରସୀଦ ସୁମୁଖୋ ନାଥ ଜ୍ଞାନ ଦୃଷ୍ଟିପ୍ରଦୋ ଭବ*" ।।


ହେ କେଶବ ! ଆପଣ ସୁମୁଖ ହୋଇ ଏହି ବ୍ରତ ଦ୍ଵାରା ଅଜ୍ଞାନ ଅନ୍ଧକାର ରେ ଅନ୍ଧ ଏହି ମୋ ପ୍ରତି ପ୍ରୀତ ହୁଅନ୍ତୁ ଏବଂ ମୋତେ ଜ୍ଞାନଦୃଷ୍ଟି ପ୍ରଦାନ କରନ୍ତୁ। ଏହିପରି କହି ଏକାଦଶୀ ବ୍ରତ ଫଳକୁ ଭଗବାନ ଙ୍କ ଦକ୍ଷିଣ ହସ୍ତରେ ସମର୍ପଣ କରିବାକୁ ହେବ। ଏବଂ

ତା ପରେ


👉ପାରଣ କରିବା ସମୟରେ-


" *ତବ ପ୍ରସାଦ ସ୍ବୀକାରାତ୍ କୃତଂ ଯତ୍ ପାରଣଂ ମୟା* ।

 *ବ୍ରତେନାନେନ ସନ୍ତୁଷ୍ଟଃ ସ୍ବସ୍ତି ଭକ୍ତିଂ ପ୍ରଯଚ୍ଛ ମେ* ।।"


ହେ ନାଥ ! ତୁମର ପ୍ରସାଦ ଗ୍ରହଣ ଦ୍ଵାରା  ମୁଁ ବ୍ରତ ପାରଣ କରୁଅଛି। ଏହି ବ୍ରତ ଦ୍ଵାରା ପ୍ରସନ୍ନ ହୋଇ ସ୍ବସ୍ତି ଓ ଭକ୍ତି  ମୋତେ ପ୍ରଦାନ କର।"


 ଏହିପରି ଶ୍ରୀହରିଙ୍କୁ ସ୍ମରଣ କରି କରି ନିର୍ଦ୍ଧିଷ୍ଟ ପାରଣ ସମୟରେ ପାରଣ କରିବାକୁ ହେବ।


👉 ଏତତ୍ ପ୍ରସଙ୍ଗରେ ସ୍କନ୍ଦ ପୁରାଣ ରେ ଉକ୍ତ ଅଛି ଯେ,  - " *ଉପବାସ କରି ଦ୍ଵାଦଶୀ ରେ ତୁଳସୀ ସମନ୍ୱିତ ନୈବେଦ୍ୟ ଭକ୍ଷଣ କଲେ କୋଟୀ ପାପ ବିନଷ୍ଟ ହୁଏ*"  ।। ( ହ : ଭ : ବି: 13/237) 


କିନ୍ତୁ କୌଣସି ଘୋର ସଙ୍କଟ ଉପସ୍ଥିତ ହେଲେ ମନ୍ତ୍ର ଜପ କରି ହରିଙ୍କ ଉଦ୍ଧେଶ୍ୟରେ  ଉପବାସର ଫଳକୁ ନିବେଦନ କରି ପ୍ରସାଦିଜଳ ଦ୍ଵାରା ପାରଣ କରିବା ହିଁ କର୍ତ୍ତବ୍ୟ ( ହ : ଭ : ବି : ୧୩/ ୨୫୫)


‼️ଓଁ ତତ୍ସତ ସର୍ଵଂ ଶ୍ରୀ କୃଷ୍ଣାର୍ପଣ ମସ୍ତୁ ‼️ 


ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର  https://jagarnnath-upasana.blogspot.com/2023/12/ShriJagannathPancharatra.html


रासपञ्चाध्यायी   https://ashutoshamruta.blogspot.com/2020/06/blog-post_5.html


ଶ୍ରୀରାଧା-କୃଷ୍ଣ-ୟୁଗଲ-ସହସ୍ର-ନାମ-ସ୍ତୋତ୍ରମ୍  https://ashutoshamruta.blogspot.com/2022/04/blog-post.html


पौराणिक आठ दिव्य बालक !!!  https://ashutoshamruta.blogspot.com/2020/06/blog-post_2.html


 ଚତୁଃଶ୍ଲୋକୀଭାଗବତମ୍   https://jagarnnath-upasana.blogspot.com/2025/03/blog-post_5.html



Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ये 15 मंत्र जो हर हिंदूओ और उनके बच्चों को सिखाना चाहिए