ଓଢଣ ଷଷ୍ଠୀ

 ⭕‼️⭕ * #ଓଢଣ_ଷଷ୍ଠୀ * ⭕‼️⭕


"ମାର୍ଗଶୀର୍ଷ ଶୀତେ ପକ୍ଷେ ଯା ଷଷ୍ଠୀ ତିଥି ସଂଯୁତା 

ସା ତୁ ପ୍ରାବରଣୀ ନାମ ସର୍ବ କାମ ଫଳ ପ୍ରଦଃ

ବିଜୟତୁ ଜଗନ୍ନାଥ ଦିବ୍ୟ ବସ୍ତ୍ରେଣାଳକୃତ

ପ୍ରଜଚ୍ଛଟି ସର୍ବ କାମାନ 

ସ୍ୱର୍ଗ ମୋକ୍ଷ ଚ ଦୁର୍ଲ୍ଲଭମ"


ଆଜି #ପ୍ରାବରଣ_ଷଷ୍ଠୀ ବା #ଓଢଣ_ଷଷ୍ଠୀ । ଏହି ଦିନ ଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଧିବଦ୍ଧ ଭାବରେ ଶୀତ ବସ୍ତ୍ର ପରିଧାନ କରିଥାନ୍ତି। ଏହା ବସନ୍ତ ଶୁକ୍ଳ ଚତୁର୍ଥୀ ଯାଏଁ ଚାଲିଥାଏ। ଏହାକୁ ଘୋଡ଼ ଲାଗି ବେଶ କୁହାଯାଇଥାଏ।


ଜଗତର ନାଥ ଜଗନ୍ନାଥଙ୍କର ବାର ମାସରେ ତେର ପର୍ବ । ବିଭିନ୍ନ ଯାନିଯାତ୍ରା, ଉତ୍ସବ, ପାର୍ବଣ ଶ୍ରୀମନ୍ଦିରରେ ପାଳନ ହୁଏ । ଗ୍ରୀଷ୍ମ ଦିନରେ ଗରମରୁ ରକ୍ଷା ପାଇବା ପାଇଁ ଯେଭଳି ମହାପ୍ରଭୁ ଚନ୍ଦନ ଲାଗି ନୀତି ଅନୁଷ୍ଠିତ ହୁଏ, ସେହିଭଳି ମାର୍ଗଶୀର ମାସ ପ୍ରବଳ ଶୀତ ଦାଉରୁ ରକ୍ଷା ପାଇଁ ଚତୁର୍ଦ୍ଧା ମୂର୍ତ୍ତି ଶୀତ ବସ୍ତ୍ର ତଥା ଘୋଡ଼ ଧାରଣ କରିଥାନ୍ତି।


ଶ୍ରୀମନ୍ଦିରରେ ଓଢଣୀ ଷଷ୍ଠୀ ନୀତି : 


ସକାଳ ଧୂପ ବଢିବା ପରେ ପୁଷ୍ପାଳକ ସେବକ ମାନେ ଶ୍ରୀଜୀଉମାନଙ୍କର ମଇଲମ କରିଥାନ୍ତି। ତତ୍ପରେ ପୂଜାପଣ୍ଡା , ପତିମହାପାତ୍ର ଏବଂ ତିନି ଜଣ ପୁଷ୍ପାଳକ ସେବକ ଗରାବଡୁଙ୍କ ଠାରୁ ହତୁଆଣୀ ନେଇ ଭୋଗମଣ୍ଡପ ଘରେ ଅଧିବାସ ହୋଇଥିବା ସମସ୍ତ ଘୋଡ଼ମାନଙ୍କୁ ଘଂଟାଵ, ଛତ୍ର , କାହାଳୀ ସହ ପାଟୁଆର ରେ ମୁଖ୍ୟ ମନ୍ଦିର ର ୩ ପରିକ୍ରମା କରି ରତ୍ନସିଂହାସନ ଉପରକୁ ବିଜେ କରାଇଥାନ୍ତି। 


           "   ତତ୍ର ତ୍ରିବାରଂ କୃତ୍ୱା ବୈ ଦେବାଗ୍ରେ ସ୍ଥାପ ୟେଚ୍ଚ ତତ୍ ।

              ପୂଜକା ବୀକ୍ଷଣଂ  କୁର୍ଯ୍ୟୁଃ ଦଦ୍ୟୁଃ  ତଚ୍ଚ ଯଥାବିଧି।।  "


ତତ୍ପରେ ପୁଷ୍ପାଳକ ମାନେ ଶ୍ରୀଜୀଉମାନଙ୍କର ପାଗ ଓ ଘୋଡ଼ ଲାଗି , ୬ ମୂର୍ତ୍ତି ଅଳଙ୍କାର ଲାଗି କରିବା ପରେ ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥାନ୍ତି। ତତ୍ପରେ ପୂଜାପଣ୍ଡା , ପତିମହାପାତ୍ର ଓ ମୁଦିରସ୍ତ ୩ ବାଡ଼ରେ ବନ୍ଦାପନା କରିବା ପରେ ଅନ୍ୟାନ୍ୟ ନୀତି ହୋଇଥାଏ। 

ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ଘୋଡ଼ ଲାଗି ବେଶ ଦର୍ଶନ ପାଇଁ ଭକ୍ତଙ୍କ ମନରେ ଅନେକ ଉତ୍କଣ୍ଠା ଦେଖାଦେଇଥାଏ।


ଉକ୍ତ ବେଶକୁ ଦର୍ଶନ କରି ଭକ୍ତ ଦୀନକୃଷ୍ଣ ଦାସ ନିଜ ଜଗମୋହନ ଛାନ୍ଦ ରେ ଲେଖିଲେ


ଏମନ୍ତେ ହିମ ସମୟେ ଜଗନ୍ନାଥ ଦେବରାୟେ 

ଦିବ୍ୟ ଘୋଡ଼ମାନ ନିଘୋଡ଼ କରି ସେ ଶ୍ରୀଅଙ୍ଗରେ ଲାଗି ହୁଏ ।। 


ଶ୍ରୀ କର୍ପୂର ଗନ୍ଧାଉଛି  ଶ୍ରୀଅଙ୍ଗେ ଫେଟା ଗଉଁଛି 

ଶୀତ ପୀତ ନୀଳ  ନୀଳ ଲୋହିତ ବସନ  ଶ୍ରୀମୁଖକୁ ଥାଇ ଗଛି ।।


ଅନେକ ମରୁଆ କୁନ୍ଦ    କୁସୁମରେ ମାଳ ବୃନ୍ଦ 

ମଣ୍ଡିହୋଇ ମହାସୁଖକୁ  ଦିଅନ୍ତି ପରମାନନ୍ଦ ଗୋବିନ୍ଦ ।। 


ଦିନେ ଦିନେ ଦିବ୍ୟ ବେଶ    ହୁଅନ୍ତି ଯେ ପୀତବାସ  

ଦାସର ଦାସ ଦାସ ହୋଇଥିବାରୁ  ଦେବତାମାନଙ୍କ ଆଶ ।।


ମକରାକୃତି କୁଣ୍ଡଳ  ମଣ୍ଡିଥିଲେ ଗଣ୍ଡସ୍ଥଳ

ମୁଖମଣ୍ଡଳକି ଶୋଭା ଦିଶୁଥାଇ ନେତ୍ରକୁ ଦେଇ ସୁଫଳ ।।


ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ 🙏🚩


#ଭଗବତକଥା🙏🚩

ଓଁ ନମୋ ଭଗବତେ ବାସୁଦେବାୟ ❣️🙏

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ये 15 मंत्र जो हर हिंदूओ और उनके बच्चों को सिखाना चाहिए

ଦେବଦୀପାବଳୀ