ରହସ୍ୟମୟ ଶ୍ରୀଜଗନ୍ନାଥ
🌹🌹#ରହସ୍ୟମୟ_ଶ୍ରୀଜଗନ୍ନାଥ🌹🌹
ଅବନ୍ତି ରେ ଜଣେ ବେଦଜ୍ଞ ବ୍ରାହ୍ମଣ ରହୁଥିଲେ। ନାମ ତାଙ୍କର ହରି କୀର୍ତ୍ତନ ମିଶ୍ର, ସେ ଜଣେ ମହାନ୍ ବିଷ୍ଣୁ ଭକ୍ତ ଥିଲେ। ସେ ସବୁ ଦିନ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ପଢୁଥିଲେ।
ଏକଦା ସେ ଭାବିଲେ କେଡ଼େ ଅଭାଗା ମୁଁ ସମସ୍ତେ କ୍ଷେତ୍ର ଯାଉଛନ୍ତି ମୁଁ ଅଧମ ପଢିକି ବି ଯାଉନାହିଁ। ତାହା ମୁକ୍ତି କ୍ଷେତ୍ର ଯେ, ଯିଏ ଜଗନ୍ନାଥଙ୍କୁ ଦେଖିବ ସିଏ ମୁକ୍ତ ହୋଇଯିବ। ଏପରି ଭାବି ସେ କ୍ଷେତ୍ର ଯାତ୍ରା ଆରମ୍ଭ କଲେ।
ମିଶ୍ରେ କ୍ଷେତ୍ର ରେ ପ୍ରବେଶ କରି ଲୋକ ନାଥ ଙ୍କ ଠାରେ ପହଞ୍ଚିଥିଲେ। ସେଠାରୁ ନୀଳଚକ୍ର ଦର୍ଶନ କରି ପ୍ରଣାମ କଲେ। କିନ୍ତୁ ଦେଖିଲେ ବ୍ୟତିକ୍ରମ ..... ଦର୍ଶନାଥୀ ଯେ ଦର୍ଶନ ସାରି ଫେରି ଆସୁଛନ୍ତି।
ସେ ପଢିଥିଲେ ।ଏଠାରେ ସମସ୍ତେ ମୁକ୍ତ ହୁଅନ୍ତି। ମାତ୍ର ଯିଏ ଯେମିତି ଆସିଥିଲେ। ସେମିତି ଫେରୁଛନ୍ତି। ଏମିତି ତିନି ଦିନ ହୋଇଗଲା।
ଭାବିଲେ କ୍ଷେତ୍ର ମାହାତ୍ମ୍ୟ ଗ୍ରନ୍ଥ ଯାହା ସାଥିରେ ଆଣିଛନ୍ତି ଚିରି ଦେବେ। ଏମିତି କରିବା ବେଳକୁ ଜଣେ ବ୍ରାହ୍ମଣ ଆସି ହାତ ଧରିପକାଇଲେ। କହିଲେ ମିଶ୍ରେ କ'ଣ କରୁଛନ୍ତି ? ତୁମେ ତ ସବୁ ଜାଣ ଆଉ ପୁରାଣ କଥା ତ ପରମ ସତ୍ୟ ଏପରି କର ନାହିଁ।
ତତକ୍ଷଣାତ୍ କହିଲେ, ତୁମ ସନ୍ଦେହ ଏଇୟା ତ ସମସ୍ତେ ଫେରୁଛନ୍ତି କାହିଁକି ? ଏଇ ସମୟରେ ବ୍ରାହ୍ମଣ ତାଙ୍କ ପରିଚୟ ମାଗିଛନ୍ତି। ସେ କହୁଛନ୍ତି ମୁଁ ଜଣେ କ୍ଷେତ୍ର ବାସୀ । ମୁଁ ଛପନ କୁଟୁମ୍ବ ନେଇ ଷାଠିଏ ପଉଟି ରନ୍ଧନ କରେ ।
ଏ କ୍ଷେତ୍ର ରେ ଅନନ୍ତ କାଳ ରହୁଛି।,ମୋର ନାମ ଅନନ୍ତ ପଢିହାରୀ । ସେ କହିଲେ, ଜଗନ୍ନାଥ ହେଉଛନ୍ତି କଳ୍ପ ତରୁ । ଯିଏ ଯାହା ମନ ନେଇ ଆସନ୍ତି ତାହା ଅବଶ୍ୟ ପୂରଣ କରନ୍ତି। ଶ୍ରଦ୍ଧା ଭକ୍ତି ସହ ତାଙ୍କୁ ଚିତ୍ତ ରେ ମନୋ ନିବେଶ କଲେ। କିଛି ଆଶା ନ ରଖିଲେ। ସେ ମଧ୍ୟ ତତକ୍ଷଣାତ୍ ମୁକ୍ତି ପ୍ରଦାନ କରନ୍ତି।
ଏ ସବୁ ଶୁଣି ହରି କୀର୍ତ୍ତନ ମିଶ୍ର ଭାବିଲେ। ଏ କୈାଣସି ସାଧାରଣ ମାନବ ନୁହନ୍ତି। ଧ୍ୟାନ ରେ ବସିଲେ। ଏବଂ ଦେଖିଲେ ଜଗନ୍ନାଥ ସ୍ଵଂୟ ଉଭା। ପାଦ ତଲେ ପଡ଼ି କାନ୍ଦି କାନ୍ଦି କ୍ଷମା ମାଗିଲେ।
ଜଗନ୍ନାଥ ତାଙ୍କ ହାତ ଧରି ରଥ ନିକଟକୁ ନେଇ ଗଲେ । ଏବଂ କହିଲେ....
ମିଶ୍ରେ ଆଜି ଠାରୁ ତୁମେ ଦର୍ପଣ ତତ୍ତ୍ଵ ହୋଇ ମୋ ନିକଟରେ ରହିବ। ମୋ ଶ୍ରୀ ମୁଖ ସେଠାରେ ଦେଖାଯିବ । ଯେଉଁଠାରେ ତୁମେ ମତେ ନିତ୍ୟ ଦର୍ଶନ କରୁଥିବ ।
ଏପରି କହିବାପରେ , ହରି କୀର୍ତ୍ତନ ମିଶ୍ର ପ୍ରଭୁଙ୍କ ଦର୍ପଣ ହୋଇ ରହିଗଲେ। ଆଶ୍ଚର୍ଯ୍ୟ କଥା ନିଶ୍ଚିତ.... ନୁହେଁ କି ! କେବେ ଏପରି କଣ ଆମେ ଭାବିଥିଲେ କି ଏମିତି ବି ହୋଇପାରେ....!!
ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବା ରେ ଥିବା କୈାଣସି ବି ପଦାର୍ଥ , ସେବାୟତ , ଏମିତି ବି କୈାଣସି ବି ଭକ୍ତ ସାମାନ୍ୟ ନୁହନ୍ତି। ପ୍ରଭୁ ଯେମିତି ଅନନ୍ୟ ... ଅସାମାନ୍ୟ....ତାଙ୍କ ସେବା ଓ ଭକ୍ତି ସହ ଜଡ଼ିତ ସବୁକିଛି ମଧ୍ୟ ଅନନ୍ୟ ଓ ଅସାମାନ୍ୟ.....🌹🌹
ଧନ୍ୟ ସେ କ୍ଷେତ୍ର , ଧନ୍ୟ ସେ ଭକ୍ତ...🌹🌹
ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ 🙏🚩
#ଭଗବତକଥା🙏🚩
ଓଁ ନମୋ ଭଗବତେ ବାସୁଦେବାୟ ❣️🙏
Comments
Post a Comment