ଭାଗବତ ଭଗବାନ
*🙏#ଭାଗବତ_ଭଗବାନ 🙏🚩*
‼️✨‼️✨‼️❤️‼️✨‼️
*ଉଜ୍ଜ୍ବଳ ପଙ୍କଜ ବାହୁ ମୃଣାଳଂ*
*ଲକ୍ଷ୍ମୀ ସରସ୍ଵତୀ ସେଵିତ ପାଦଂ*
*ଶ୍ରୀ ଜଦୁନନ୍ଦନ ହରମେ ପାପଂ*
*ତ୍ବଂ ପ୍ରଣମାମି ଚ ବାଳଗୋପାଳଂ ||*
🌿🌼🌿🌼🌿🌼🌿🌼🌿🌼🌿🌼🌿
*ଜୟ ଜୟ କୃପାସିନ୍ଧୁ କମଳା ବର*
*କଉତୁକେ ବିଜେ ପ୍ରଭୁ ନୀଳ କନ୍ଦର୍ ll*
*କଣ୍ଠ ତଟେ ବ୍ୟାଘ୍ର ନଖ ପାଦୁକା ନେ଼ଇ*
*ଘରେ ଘରେ ବିଜେ ପ୍ରଭୁ ବ୍ରହ୍ମାଣ୍ଡ ଗୋସାଇଁ ll*
*ପୂଜାବିଧି ବଢାଇଲେ ଦେବ ଶ୍ରୀଧର*
*ସଙ୍ଗତେ ଘେନିଣ ସର୍ଵ ଗୋପକୁମାର ll*
🌼🌼🌼🌼🌼🌼🌼🌼🌼🌼🌼🌼🌼
*ଶ୍ରୀମଦ୍ଭାଗବତ ହେଉଛନ୍ତି ବେଦରୂପୀ କଳ୍ପବୃକ୍ଷର ସୁପକ୍ବ ଫଳ। ଏଥିରେ କେବଳ ରସ ହିଁ ପରିପୂର୍ଣ୍ଣ ହୋଇ ରହିଛି । ଶ୍ରୀଶୁକଦେବଙ୍କ ମୁଖକମଳର ମକରନ୍ଦରସ ମିଶି ଏହା ଆହୁରି ଅଧିକ ପରମାନନ୍ଦମୟୀ ସୁଧାରେ ପୂର୍ଣ୍ଣ ହୋଇଯାଇଛି । ତେଣୁ ହେ ରସଜ୍ଞ ଭାବୁକ ଭକ୍ତଗଣ ! ଏହି ଦିବ୍ୟ ଅମୃତ ଏବେ ଭୂଲୋକରେ ସୁଲଭ ହୋଇଗଲା । ତେଣୁ ମୋକ୍ଷ ନହେବା ପର୍ଯ୍ୟନ୍ତ ଏହାକୁ ବାରମ୍ବାର ପାନ କର ।*
*🚩ଶ୍ରୀମଦ୍ ଭାଗବତ ମହାପୁରାଣ 🚩*
++++++++++++++++++++++
*ଆନନ୍ଦେ କର ସୁଧାପାନ*
*ଯେଣେ ପାଇବ ଦିବ୍ୟଜ୍ଞନ’*
*ବ୍ରହ୍ମା କହୁଛନ୍ତି :- ଯାହାଙ୍କର ଦୁର୍ଜୟ ମାୟାରେ ମୋହିତ ହୋଇ ଲୋକେ ମୋତେ ଜଗତଗୁରୁ ବୋଲି ଭାବୁଛନ୍ତି, ସେହି ଭଗବାନ୍ ବାସୁଦେବଙ୍କୁ ମୁଁ ବନ୍ଦନା କରୁଛି; ତାଙ୍କୁ ଧ୍ୟାନ ମଧ୍ୟ କରୁଛି । ଏହି ମାୟା ତ ତାଙ୍କ ଦୃଷ୍ଟିପଥରେ ଅତ୍ୟନ୍ତ ସଂକୋଚ ପୂର୍ବକ ଭୟାତୁରା ହୋଇ ରହିଥାଏ; କିନ୍ତୁ ସଂସାରର ଅଜ୍ଞାନୀ ଲୋକେ ଏହି ମାୟାଦ୍ବାରା ମୋହିତ ହୋଇ ସବୁକଥାରେ ” ମୁଁ ଓ ମୋର ” ବୋଲି ବୃଥା ଆସ୍ଫାଳନ କରୁଥାନ୍ତି । ଏକମାତ୍ର ଭଗବାନଙ୍କ ବ୍ୟତୀତ ଦ୍ରବ୍ଯ, କର୍ମ, କାଳ,ସ୍ବଭାବ ଓ ଜୀବ ବୋଲି ତତ୍ତ୍ବତଃ କିଛି ବସ୍ତୁ ନାହିଁ । ନାରାୟଣଙ୍କୁ ଜାଣିବା ନିମନ୍ତେ ହିଁ ଜ୍ଞାନ ଅର୍ଜନ କରାଯାଏ । ନାରାୟଣଙ୍କୁ ପାଇବାରେ ହିଁ ସକଳ ସାଧ୍ୟ ଓ ସାଧନର ପରିସମାପ୍ତି ଘଟିଥାଏ । ଇନ୍ଦ୍ରିୟାତୀତ ଭଗବାନ୍ ତିନିଗୁଣର ଆବରଣରେ ନିଜ ସ୍ବରୂପକୁ ଆବୃତ କରିଦିଅନ୍ତି, ତେଣୁ ଲୋକେ ତାଙ୍କୁ ଚିହ୍ନିପାରନ୍ତି ନାହିଁ । ଏକମାତ୍ର ସେ ହିଁ ହେଉଛନ୍ତି ମୋର ତଥା ସମଗ୍ର ସଂସାରର ସ୍ବାମୀ ।*
*🚩ଶ୍ରୀମଦ୍ ଭାଗବତ ମହାପୁରାଣ 🚩*
++++++++++++++++++++++++++(
*ସେ ହରି ପାଦ ପଦ୍ମଗନ୍ଧ -- ଯେ ନିତ୍ୟେ ପିବେ ମକରନ୍ଦ ll*
*ଧନ୍ୟ ଜୀବନ ତାହାଙ୍କର -- ଯେ ହରି ଚରଣେ କିଙ୍କର ll*
*ସର୍ଵ ଆତ୍ମାକୁ ଆତ୍ମଭାବେ -- ଭଜନ୍ତି ନିତ୍ୟ ବାସୁଦେବେ ll*
*ଏମନ୍ତ ଭାବେ ଯେ ଭଜଇ -- ଏ ମାୟା ତାଙ୍କୁ ନ ଲାଗଇ ll*
*ଭଗବାନ୍ ଶ୍ରୀକୃଷ୍ଣ ହିଁ ହେଉଛନ୍ତି ଅସଂଖ୍ୟ ଜୀବମାନଙ୍କରେ ପରିପୂର୍ଣ୍ଣ ଏହି ବ୍ରହ୍ମାଣ୍ଡରୂପୀ ବୃକ୍ଷର ମୂଳ । ତେଣୁ ଶ୍ରୀକୃଷ୍ଣଙ୍କୁ ପୂଜା କଲେ ସକଳ ଜୀବଙ୍କର ଆତ୍ମା ତୃପ୍ତ ହୋଇଯାଏ । ସେ ହିଁ ମନୁଷ୍ୟ, ପଶୁପକ୍ଷୀ, ୠଷି ଓ ଦେବତା ଆଦିଙ୍କ ଶରୀରରୂପୀ ପୁରରେ ଜୀବରୂପେ ଶୟନ ବି କରନ୍ତି । ଏଥିପାଇଁ ତାହାଙ୍କର “ପୁରୁଷ” ବୋଲି ଗୋଟିଏ ନାମ ମଧ୍ୟ ରହିଛି । ଭଗବାନ୍ ସବୁଠାରେ ଏକା ପରି ରହୁଥିଲେ ମଧ୍ୟ, ମନୁଷ୍ୟାଦିଙ୍କ ଠାରେ ସେମାନଙ୍କ ବିଭିନ୍ନତା ହିସାବରେ ନ୍ୟୁନାଧିକରୂପରେ ପ୍ରକାଶମାନ ହୁଅନ୍ତି । ତେଣୁ ପଶୁପକ୍ଷୀ ଆଦି ଶରୀରଧାରୀଙ୍କ ଅପେକ୍ଷା ମନୁଷ୍ୟ ହିଁ ଶ୍ରେଷ୍ଠ ପାତ୍ର ଏବଂ ମନୁଷ୍ୟମାନଙ୍କ ମଧ୍ୟରେ ବି ଯାହାଙ୍କ ଠାରେ ଭଗବାନଙ୍କ ଅଂଶ ହୋଇଥିବା ତପଯୋଗାଦି ଯେତେ ଅଧିକ ପରିମାଣରେ ଦେଖିବାକୁ ମିଳେ, ସେ ସେତେ ଅଧିକ ଶ୍ରେଷ୍ଠ ।*
*🚩ଶ୍ରୀମଦ୍ ଭାଗବତ ମହାପୁରାଣ 🚩*
✨✨✨✨✨✨✨✨✨✨✨✨
*ସକଳ ଜୀବ ମଧ୍ୟେ ଥାଇ -- ଅଜ୍ଞାନ ଜୀବ ନ ଜାଣଇ ll*
*ଅଶେଷ ମହିମା ଯେ ଧରେ -- କିବା ଉପମା ଦେବା ତାରେ ll*
*ସକଳ ଭୁତେ ହରି ବସେ -- କ୍ଷେତ୍ରଜ୍ଞ ରୂପେ ପରକାଶେ ll*
#ଭଗବତକଥା🙏🚩*
*ଓଁ ନମୋ ଭଗବତେ ବାସୁଦେବାୟ 🌹🙏*
Comments
Post a Comment